ଭୁବନେଶ୍ୱର: ରାଜ୍ୟ ସରକାର ୨୦ଟି ଜିଲ୍ଲାରେ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି। ପ୍ରତ୍ୟେକ ଲାଇବ୍ରେରୀରେ କମ୍ପ୍ୟୁଟର, ହାଇସ୍ପିଡ ଇଣ୍ଟରନେଟ ଓ ଇ-ବୁକ ସଂଗ୍ରହ ରହିଛି।

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରୁଥିବା ଯୁବକ ଯୁବତୀମାନେ ଏଥିରୁ ସର୍ବାଧିକ ଉପକୃତ ହେବେ ବୋଲି ଆଶା କରାଯାଉଛି।